‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି ‘ତ୍ରିଭଙ୍ଗ’। ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ତିନୋଟି ପିଢ଼ି ଉପରେ ପର୍ଯ୍ୟବଶିତ ହେବ। ଏହି ୩ ପ୍ରମୁଖ ଚରିତ୍ରରେ ନଜର ଆସିବେ କାଜଲ, ଶବାନା ଆଜମୀ ଏବଂ ମିଥିଳା ପାଲକର। ଖାସ୍‌ କଥା ହେଲା ‘ହମ୍‌ ଅପ୍‌କେ ହୈଁ କୌନ୍‌’ରେ ସଲମାନ୍‌ଙ୍କ ଭାଉଜ ଚରିତ୍ରରେ ଅଭିନୟ କରିଥିବା ରେଣୁକା ଶହାନେ ଏଥିରେ ନିର୍ଦ୍ଦେଶନା ଦେବେ। ୧୦ ବର୍ଷ ପୂର୍ବେ ରେଣୁକା ଏକ ମରାଠୀ ସିନେମାରେ ନିର୍ଦ୍ଦେଶନା ଦେଇ ସାରିଛନ୍ତିି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ଚୟନ ହୋଇ ନ ଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ହେବ ବୋଲି ଜଣାପଡ଼ିଛି। ରେଣୁକାଙ୍କ ସ୍ବାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।


All Right Reserved By

ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା...

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏଥିରେ ଅଭିନେତା ଆଦିତ୍ୟ ରୟ...

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି।...

ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା...

ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ...

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *