Posted inଜାତୀୟ

ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ

ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ତ୍ରୀ ପୁନମଙ୍କ ପାଇଁ ଭୋଟ ପ୍ରଚାର କରିବାକୁ ନାପସନ୍ଦ କରିଛନ୍ତି ଦଳର କିଛି ନେତା। ପୁନମଙ୍କ ବିରୋଧରେ ଲଢୁଥିବା କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଏହାକୁ ବିରୋଧ କରି କହିଛନ୍ତି, ଶତ୍ରୁଘ୍ନ ସିହ୍ନା ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ। ଗୋଟିଏ ଦଳରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ଦଳବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଛାଡି କଂଗ୍ରେସରେ ଯୋଗଦେବା ପରେ ଦଳୀୟ ଟିକେଟରୁ ବିହାରର ପାଟନା ସାହେବ ଲୋକ ସଭା ଆସନରୁ ଶତ୍ରୁଘ୍ନ ଏଥର ନିର୍ବାଚନ ଲଢୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ପୁନମ ସମାଜବାଦୀ ପାର୍ଟିରେ ଯୋଗଦେଇ ଲକ୍ଷ୍ନୌ ଲୋକ ସଭା ଆସନରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ଲଢୁଛନ୍ତି।


All Right Reserved By

ଭାରତରେ ୪୧ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ, ୧୭ା୭(ପି.ଟି.): ଭାରତରେ ୪୧,୩୩୧ ପାକିସ୍ତାନୀ ଓ ୪,୧୯୩ ଆଫଗାନିସ୍ତାନ ନାଗରିକ ଦୀର୍ଘଦିନ ହେବ ରହିଆସୁଛନ୍ତି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ...

ଫେସ୍‌ବୁକ ଲାଇଭରେ କୁମାରସ୍ବାମୀ ଓ ତାଙ୍କ ପରିବାରଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ୨ ଗିରଫ

ବେଙ୍ଗାଲୁର,୧୧।୬: ଫେସ୍‌ବୁକ ଲାଇଭ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଓ ପୂର୍ବତନ ଏଚ୍‌ଡି ଦେବଗୌଡାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ...

ଭୋଟ ନ ଦେବାକୁ କହି ଭାଜପା କର୍ମକର୍ତ୍ତା ଦେଲେ ନୋଟ୍‌: ଆଙ୍ଗୁଠିରେ ଲଗାଇଲେ କାଳି

ଲକ୍ଷ୍ନୌ,୧୯ା୫: ଉତ୍ତରପ୍ରଦେଶ ଚନ୍ଦୋଲୀ ଲୋକ ସଭା ଆସନରେ ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସ୍ଥାନୀୟ ତାରାଜୀବନପୁର ଗାଁରେ ଭାଜପା କର୍ମକର୍ତ୍ତା ପ୍ରତି ଭୋଟରଙ୍କୁ ୫...

ସରକାରୀ ବାସ ଭବନ ଖାଲି କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୨୯।୬: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ୮ ସଫଦରଜଙ୍ଗଠାରେ ଥିବା ତାଙ୍କର ବାସଭବନକୁ ସେ ଖାଲି...

ବିହାରରେ ଏନ୍‌ଡିଏ ଆଗରେ ମେଣ୍ଟ ପଛରେ

ପାଟନା,୨୩।୫: ବିହାରର ୩୫ଟି ଯାଗ ଲୋକ ସଭା ଆସନରେ ଏନ୍‌ଡିଏ ଏବେ ସୁଦ୍ଧା ଅଗାରେ ଥିବା ସୂଚନା ମିଳିଛି। ଏଠାରେ ମେଣ୍ଟ କେବଳ ପାଟଳିପୁତ୍ର ଆସନରେ...

ମୋଦିଙ୍କୁ ଭେଟିଲେ କମଳନାଥ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଗୁରୁବାର ସାକ୍ଷାତ୍‌ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲୋକ...

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ନୂଆଦିଲ୍ଲୀ,୨୫।୪: ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ଯେଉଁ ମହିଳାମାନେ ସ୍ବପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଥିପାଇଁ ମହିଳାମାନେ ଅନ୍‌ ଲାଇନ୍‌ ଆବେଦନ...

ଖାଦ୍ୟ ପାଇଁ ସଂଗ୍ରାମ: କର୍ବେଟ ଅଭୟାରଣ୍ୟରେ ବଢୁଛି ହାତୀ-ବାଘ ମୁହାଁମୁହିଁ ଘଟଣା

ଡେରାଡୁନ୍‌,୯।୬: ଉତ୍ତରାଖଣ୍ଡରେ ଥିବା କର୍ବେଟ ଅଭୟାରଣ୍ୟରେ ହାତୀ-ବାଘ ମୁହାଁମୁହିଁ ଘଟଣା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୨୦୧୪ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ ବର୍ଷରେ ଏଠାରେ ୨୧...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *