୯ ବର୍ଷ ପରେ ପୁଣି ନଜର ଆସିବେ କ୍ୟାଟ୍ରିନା-ଅକ୍ଷୟ

ବଲିଉଡ୍‌ର ହିଟ୍‌ ଯୋଡ଼ି କ୍ୟାଟ୍ରିନା-ଅକ୍ଷୟ କୁମାର ପୁଣି ବଡ଼ପରଦାରେ ନଜର ଆସିବେ। ‘ନମସ୍ତେ ଲଣ୍ଡନ’, ‘ଓ୍ବେଲ୍‌କମ୍‌’, ‘ହମ୍‌କୋ ଦିବାନା କର୍‌ ଗୟେ’, ‘ସିଙ୍ଗ୍‌ ଇଜ୍‌ କିଙ୍ଗ୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡ଼ି ୯ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ। ୨୦୧୦ ପରଠାରୁ ଏହି ଦୁଇଜଣ କୌଣସି ଫିଲ୍ମରେ ଏକାଠି ଅଭିନୟ କରିନାହାନ୍ତି। ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ଜରିଆରେ ପୁଣି ଦୁଇଜଣ ଯାକ ମିଶି କାମ କରିବେ। କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି। ଏତେଦିନ ପରେ ଅକ୍ଷୟଙ୍କ ସହ ଅଭିନୟ କରିବି। ପ୍ରଥମେ ଡର ଲାଗୁଥିଲା। କିନ୍ତୁ ଏହି ଡର ଏବେ ଦୂରେଇ ଯାଇଛି। ମୁଁ ଖୁବ୍‌ ସହଜରେ ତାଙ୍କ ସହ ମିଶି ପାରୁଛି। କ୍ୟାଟ୍ରିନା କୁହନ୍ତି, ଅକ୍ଷୟ ଜଣେ ଭଲ କୋ-ଷ୍ଟାର। ତାଙ୍କ ସହିତ କାମ କରିବାରେ ମଜା କିଛି ଅଲଗା। ଶେଷଥର ପାଇଁ ଏହି ଯୋଡ଼ି ଫିଲ୍ମ‘ତିସ୍‌ ମାର୍‌ ଖାନ୍‌’ରେ ନଜର ଆସିଥିଲେ। ୨୦୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ପୁଣି ଏହି ଯୋଡ଼ି ନଜର ଆସୁଛନ୍ତି।


All Right Reserved By

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ...

୧୨ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ଶିଳ୍ପା

ଦର୍ଶକଙ୍କ ପାଇଁ ଖୁସି ଖବର। ୧୨ ବର୍ଷ ପରେ ପୁଣି ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ବିବାହ ପରଠାରୁ ଫିଲ୍ମଠୁ ଦୂରେଇ...

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *