Posted inଜାତୀୟ

ରାହୁଲଙ୍କ ଇସ୍ତଫା ନାଟକ: ଅଗ୍ରାହ୍ୟ କଲା କଂଗ୍ରେସ ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ଶନିବାର କଂଗ୍ରେସ ଓ୍ବାର୍କିଂ କମିଟି ପକ୍ଷରୁ ଅନୁଷ୍ଠିତ ବିଚାର ବିମର୍ଷ ବୈଠକରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିର୍ବାଚନରେ ହାର୍‌ ଜିତ୍‌ ସବୁବେଳେ ଲାଗି ରହିଥାଏ। ତେବେ ଏଥି ପାଇଁ ରାହୁଲଙ୍କର ଇସ୍ତଫା ଦେବାର ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଥିଲେ। ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ରାହୁଲଙ୍କୁ ଇସ୍ତଫା ଦେବାର କୌଣସି କାରଣ ନ ଥିବା କହିଥିଲେ। କଂଗ୍ରେସ ମହାସଚିବ ଅବିନାଶ ପାଣ୍ଡେ କେବଳ ରାହୁଲ ହିଁ ଦଳକୁ ଉଚିତ୍‌ ମାର୍ଗରେ ପରିଚାଳିତ କରାଇ ପାରିବେ ବୋଲି ପ୍ରକାଶ କରିଥିଲେ। ରାହୁଲଙ୍କ ନେତୃତ୍ୱରେ କର୍ମୀମାନେ ସଂଘର୍ଷ କରିବାକୁ ସବୁବେଳେ ପ୍ରସ୍ତୁତ ବୋଲି ସେ କହିଥିଲେ।ଏହାପରେ ଇସ୍ତଫା ନାଟକର ଯବନିକା ପଡ଼ିଥିଲା। ଶେଷରେ ରାହୁଲ ମାନିଥିବା ଜଣାପଡ଼ିଛି। ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


All Right Reserved By

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବାୟୁସେନା ବିମାନର ମିଳିଲା ବ୍ଲାକ୍‌ ବକ୍ସ

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ...

୪୩ ବର୍ଷ ପରେ ମେ ମାସରେ ବାତ୍ୟା: ୫ ରାଜ୍ୟର ୯୦ ଜିଲା ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା...

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା...

୧୦୦% ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା...

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

ଭାଜପାର ଓପନିଂ ବ୍ୟାଟିଂରେ ଚଉକା ଛକା: କଂଗ୍ରେସ ପଛରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଓପନିଂ ବ୍ୟାଟିରେ ଭାଜପା ଚଉକା ଛକା ବର୍ଷା କରୁଥିବା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *