ହଂସପାଳ ଛକରେ ଦୁର୍ଘଟଣା: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲିଅନ୍ତା, ୨୫ା୫(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ଶନିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ସୋୟାବିନ୍‌ ବଡ଼ି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ.ଓଡି୦୭ଡି୬୬୮୨) ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ହଂସପାଳ ଗ୍ରାମର ସୌରୀବନ୍ଧୁ ମହାନ୍ତି(୫୫)।
ସୌରୀବନ୍ଧୁ ମଞ୍ଚେଶ୍ୱରସ୍ଥିତ କୁଆଖାଇ ଜଳଯୋଗାଣ କେନ୍ଦ୍ରର ଜଣେ କର୍ମଚାରୀ ଥିଲେ। କାର୍ଯ୍ୟାଳୟକୁ ଯିବା ପାଇଁ ସେ ରାସ୍ତା ପାର ହେଉଥିବା ବେଳେ ପିକ୍‌ଅପ୍‌ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌କୁ ମଧ୍ୟ ଧକ୍କା ଦେଇ ପିକ୍‌ଅପ୍‌ ଭ୍ୟାନ୍‌ ଏକ ପରିବା ଦୋକାନ ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସୌରୀବନ୍ଧୁଙ୍କ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ପାଇଁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ତଦନ୍ତ ଚଳାଇଛି।


All Right Reserved By

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର...

ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ...

ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଭାଜପାର ସମାଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ବିଜେପୁର ଆସନରୁ ଲଢିଥିଲେ ା ସେ ସେହି ବିଧାନସଭା ନିର୍ବାଚନଣ୍ଡଳୀରୁ...

ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍‌ଘାଟିତ: ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍‌) ତଥା ଓଡ଼ିଶା ଜୀବିକା ମିଶନର...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ମଦର୍ସ ଡେ’

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍‌’ର ମିଳିତ ସହଯୋଗରେ ରବିବାର...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ : ଓଡ଼ିଶାର ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଶାସକ ବିଜେଡି କରି ଆସୁଥିବା ରାଜନୀତିକୁ ଶକ୍ତ ଆଘାତ ଲାଗିଛି। ଓଡ଼ିଶା...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୧୮ରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୧୭ା୪(ବ୍ୟୁରୋ) ଆସନ୍ତା ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ...

ହାରିଲେ ଅଭିନେତ୍ରୀ, ଜିତିଲେ ଅଭିନେତା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ଓଲିଉଡ୍‌ ଜଗତରୁ କେତେଜଣ କଳାକାର ରାଜନୀତି ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଦଳୀୟ ଟିକେଟ ପାଇଥିଲେ ମାତ୍ର ୩ଜଣ। ଜନସମର୍ଥନ ହାତେଇବାକୁ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *