ମାଟି ତଳୁ ମିଳିଲା ଦେଢ଼ କିଲୋଗ୍ରାମ୍‌ ଓଜନର ସୁନା ଖଣ୍ଡ: ମୂଲ୍ୟ ୭୦ ଲକ୍ଷ

ସିଡ୍‌ନୀ, ୨୫।୫: ଅଷ୍ଟ୍ରେଲିଆ ପଶ୍ଚିମ ଅଞ୍ଚଳରେ ଥିବା କାଲଗୁର୍ଲିଠାରେ ମାଟିତଳୁ ଦେଢ଼ କିଲୋଗ୍ରାମ୍‌ ଓଜନର ଏକ ସୁନା ଖଣ୍ଡ ମିଳିଛି। ଏଠାରେ ଥିବା ସୁନା ଖଣିଠାରୁ କିଛି ଦୂରରେ ଜଣେ ବ୍ୟକ୍ତି ମେଟାଲ ଡିଟେକ୍ଟର ସହାୟତାରେ ଏହା ପାଇଥିବା କୁହାଯାଉଛି। ଏହି ସୁନା ଖଣ୍ଡର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ମେଟାଲ ଡିଟେକ୍ଟରର ସୂଚନା ଅନୁସାରେ ବ୍ୟକ୍ତି ଜଣକ ମାଟି ଖୋଳିବା ଆରମ୍ଭ କରିଥିଲେ। ପ୍ରାୟ ଅଧାମିଟର ମାଟି ତଳେ ସୁନାଖଣ୍ଡ ପୋତି ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଏବେ ଏହି ସୁନାଖଣ୍ଡର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନାକୁ ଗୁପ୍ତ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


All Right Reserved By

ହଣ୍ଡୁରାସରେ ବିମାନ ଦୁର୍ଘଟଣା : ୫ ମୃତ

ଟେଗୁସିଗାଲପା,୧୯।୫: ହଣ୍ଡୁରାସ ଦ୍ୱୀପ ନିକଟରେ ଏକ ବଡ ବିମାନ ଦୁର୍ଘଟଣା ହୋଇଛି। ଶନିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣ କାନାଡା ଓ ଜଣେ...

ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ...

ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ...

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ଆମେରିକାକୁ ଚାଇନା ଦେଖାଇଲା ନାଲି ଆଖି

ବେଜିଂ,୨।୬: ତାଇଓ୍ବାନ ସମ୍ପର୍କରେ ଆମେରିକା ଦେଇଥିବା ମନ୍ତବ୍ୟ ନେଇ ଚାଇନା ନାଲି ଆଖି ଦେଖାଇଛି। ଏଭଳି ମନ୍ତବ୍ୟ ଯୋଗୁ ଚାଇନା ଆମେରିକା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ...

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ...

ଶାନ୍ତିବାର୍ତ୍ତା ଲାଗି ୨ଶହରୁ ଅଧିକ ତାଲିବାନ୍‌ କଏଦୀଙ୍କୁ ମୁକ୍ତ କରିବ ଆଫଗାନୀସ୍ତାନ

କାବୁଲ,୧୧।୬: ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି।...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *