Posted inଜାତୀୟ

ଆଣ୍ଡାମାନରେ ଗୋଟିଏ ରାତିରେ ୨ ଥର ଭୂକମ୍ପ

ପୋର୍ଟବ୍ଲେୟାର,୨୫।୫: ଆଣ୍ଡାମାନ ନିକୋବରରେ ୨ଥର ଭୂକମ୍ପ ଅନୁଭୁତ ହୋଇଛି। ପ୍ରଥମ ଭୂକମ୍ପ ରାତି ୨ଟା ୫୨ରେ ହୋଇଥିବାବେଳେ ଦ୍ୱିତୀୟ ଭୂକମ୍ପ ଭୋର ୫ଟାରେ ହୋଇଛି। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବାବେଳେ ଦ୍ୱିତୀୟର ତୀବ୍ରତା ୪.୮ ଥିବା ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଗୋଟିଏ ରାତିରେ ୨ ଥର ଭୂକମ୍ପ ହେବାରୁ ଘରେ ଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବାର ଆଶଙ୍କା କରି ରାତିରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନାଯୋଗ୍ୟ, ଏଠାରେ ମେ ୨୧ ଏବଂ ୨୨ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଆଣ୍ଡାମାନ ନିକୋବର ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାର ଅନ୍ତର୍ଗତ ରହିଥିବାରୁ ଏଠାରେ ଅନେକ ସମୟରେ ଭୂକମ୍ପ ହୋଇଥାଏ।


All Right Reserved By

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୨ ଜୈଶ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ବଘାମା ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ...

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। ବୁଧବାର ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ...

ମମତା ‘ରାମ ନାମ’ ନେଲେ ଖରାପ ଶକ୍ତିର ପ୍ରଭାବ କମିଯିବ: ଭାଜପା ନେତା

ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ...

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ।...

ଘୋଡ଼ା ଚଢ଼ି ବିବାହ ମଣ୍ଡପରେ ପହଞ୍ଚିଲେ କନିଆ

ଭୋପାଳ,୧୬।୫: ଦେଶରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି। ତେବେ ମହିଳାମାନଙ୍କୁ ସଶକ୍ତ ହେବାର ବାର୍ତ୍ତା ଦେଇଛନ୍ତି ଜଣେ କନିଆ। ସେ ଘୋଡ଼ା ଚଢ଼ି ବିବାହ ମଣ୍ଡପରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *