ଟେଷ୍ଟ ଡ୍ରାଇଭ୍‌ ବେଳେ ଦୁର୍ଘଟଣା: ୪ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍‌

ଭୁବନେଶ୍ୱର, ୨୫ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଛକ ନିକଟରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଜଣେ ସରକାରୀ କର୍ମଚାରୀ ଟେଷ୍ଟ ଡ୍ରାଇଭ୍‌ କରୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ଜଣ ଶ୍ରମିକଙ୍କ ଉପରେ କାର୍‌ ଚଢାଇ ଦେଇଛନ୍ତି। ଫଳରେ ଏହି ଶ୍ରମିକମାନେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସୀତାନାଥ ବସ୍ତିର ଶଙ୍କର ନାୟକ, ପଣ୍ଡାପାର୍କ ବସ୍ତିର ସୁକାନ୍ତ ନାୟକ, ରିକ୍ସା କଲୋନୀର ବାବୁନା ନାୟକ ଏବଂ ଅନ୍ୟ ଜଣଙ୍କ ପରିଚୟ ମିିଳିପାରିନାହିଁ। ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶଙ୍କରଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ତାଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ବସ୍ତିବାସିନ୍ଦା ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଫଳରେ ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା। ଆହତମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ରାସ୍ତାରୁ ହଟିବେ ବୋଲି ଆନ୍ଦୋଳନକାରୀ ଜିଦ୍‌ ଧରିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ସେମାନେ ରାସ୍ତାରେ ବସିରହିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିି ଅଟକି ରହିଥିଲା। ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଏବଂ ପୋଲିସ ସେମାନଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦିଆଯିବ ବୋଲି କହିବା ପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଶ୍ରମିକମାନେ ବିଭିନ୍ନ ସ୍ଥାନକୁ କାମରେ ଯିବା ପାଇଁ ଶୈଳଶ୍ରୀ ବିହାର ଛକରେ ଛିଡ଼ା ହୁଅନ୍ତି। ଲୋକେ ସେଠାରେ କଥାବାର୍ତ୍ତା କରି ସେମାନଙ୍କୁ ମୁଲମଜୁରି ଲାଗି ନେଇଥାନ୍ତି। ଶୁକ୍ରବାର ସକାଳ ପ୍ରାୟ ୬.୩୦ ମିନିଟ୍‌ରେ ଶ୍ରମିକମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଜଣେ ସରକାରୀ କର୍ମଚାରୀ ଦୁଇଦିନ ତଳେ କିଣିଥିବା ନୂଆ କାର ଏହି ସମୟରେ ଟେଷ୍ଟ ଡ୍ରାଇଭିଂ କରୁଥିଲେ। ସେ କାର ନେଇ ଶୈଳଶ୍ରୀବିହାର ଛକରୁ ନୀଳାଦ୍ରି ବିହାର ଅଭିମୁଖେ ଯାଉଥିଲେ। ହେଲେ ଶୈଳଶ୍ରୀବିହାର ଛକ ନିକଟରେ ଏକ ଅଟୋ ତାଙ୍କ କାର ଆଗରେ ଚାଲିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇ ଶ୍ରମିକମାନଙ୍କ ଉପରେ ଚଢାଇ ଦେଇଥିଲେ। ଏଥିରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟମାନେ ଭୟରେ ଦୌଡ଼ି ପଳାଇବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶ୍ରମିକମାନଙ୍କୁ କାର୍‌ ଧକ୍କା ଦେବା ପରେ ରାସ୍ତାକଡ଼ ଡିଭାଇଡରରେ ପିଟି ହେଇଯାଇଥିଲା। ଅନ୍ୟ ଶ୍ରମିକମାନେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ହସ୍ପିଟାଲକୁ ପଠାଇଥିଲା।


All Right Reserved By

ଛେଳିପଲ ଉଜାଡ଼ିଲେ କାକୁଡ଼ି ଫସଲ:ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆଠଗଡ଼,୨୮।୫(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅଧୀନ ଉପର ବାଙ୍କୀ ମାଳବିହାରପୁର ଗ୍ରାମରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୋମବାର ରାତି ପ୍ରାୟ...

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ...

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା...

୧୦ବର୍ଷ ପରେ କାକଟପୁରକୁ ମନ୍ତ୍ରୀପଦ:ପ୍ରଥମ ଥର ବିଜୟୀ ହୋଇ ତୁଷାରକାନ୍ତି ହେଲେ ମନ୍ତ୍ରୀ, କର୍ମୀ ମନାଇଲେ ଉତ୍ସବ

କାକଟପୁର,୨୯।୫(ଡି.ଏନ୍‌.ଏ.): କାକଟପୁର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ପ୍ରଥମ ଥର ଲାଗି ଇଂ ତୁଷାରକାନ୍ତି ବେହେରା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ...

‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ କ୍ରେଜ୍‌

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଫାଷ୍ଟ୍‌ ଡେ’ ଫାଷ୍ଟ୍‌ ଶୋ। ଶୁକ୍ରବାର ରିଲିଜ ହୋଇଥିବା ମାର୍ଭେଲ କମିକ୍ସ ସିରିଜର ସର୍ବାଧିକ ଚର୍ଚ୍ଚିତ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ର ପ୍ରଥମ ଦିନର ପ୍ରଥମ...

ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍‌ ନ ଥିବାରୁ ପାଣି, ଖାଦ୍ୟର ଅଭାବ

ଜଟଣୀ,୨୨।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ...

ରଜ ବଜାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଗୁରୁବାର ସଜବାଜ। ଶୁକ୍ରବାର ପହିଲି ରଜ। କାମରୁ ବିରତି ନେଇ ରଜ ୩ଦିନ କିପରି ଖେଳକୁଦ ଓ ମଉଜ ମଜଲିସ୍‌ରେ କଟିବ, ସେଥିପାଇଁ ସମସ୍ତେ...

ଆଜିଠୁ ସ୍କୁଲ ବନ୍ଦ: ଖୋଲା ରହିବ କାର୍ଯ୍ୟାଳୟ, ଉପସ୍ଥିତ ରହିବେ ଶିକ୍ଷକ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗୁରୁବାରଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିଛନ୍ତି। ଏପ୍ରିଲ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *