କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ ପାଳନ କରିଥାନ୍ତି। ସେମିତି ଜଣେ ମଣିଷ ହେଉଛନ୍ତି ଚିଙ୍ଗୁଡୁ। ଚିଙ୍ଗୁଡୁ ଭାଇ ବୋଲି ତାଙ୍କୁ ସମସ୍ତେ ଡାକନ୍ତି। ତାଙ୍କ ଭଲ ନାଁ ହେଉଛି ରମେଶ ଦୋରା। ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସୁଭାଷ ବୋଷ ଛକ ନିକଟରେ ସେ ଦେଇଛନ୍ତି ଚା’ ଦୋକାନ। ନିର୍ବାଚନ ସମୟରେ ସେ କଥା ଦେଇଥିଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଯଦି ପୁଣି ସରକାର ଗଢନ୍ତି ତେବେ ସେ ସମସ୍ତଙ୍କୁ ଗୋଟିଏ ଦିନ ମାଗଣାରେ ଚା’ ପିଇବାକୁ ଦେବେ। ଇତି ମଧ୍ୟରେ ସାଧାରଣ ନିର୍ବାଚନ ସରିଯାଇଛି। ଫଳାଫଳ ଘୋଷଣା ଅନୁସାରେ ମୋଦି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି। ଚିଙ୍ଗୁଡୁ ନିଜ ପୂର୍ବ ପ୍ରତିଶ୍ରୁତି ରଖିଛନ୍ତି। ସେ ଶୁକ୍ରବାର ଦିନସାରା ସମସ୍ତଙ୍କୁ ମାଗଣାରେ ଚା’ ପିଇବାକୁ ଦେଇଛନ୍ତି। ଏଠାରେ ୧୦ ବର୍ଷ ହେଲା ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଚିଙ୍ଗୁଡୁଙ୍କ ଏହି କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରିଛନ୍ତି।


All Right Reserved By

ଦିବ୍ୟାଙ୍ଗ ହୋଇ ବି ଜଳସେବା ଯୋଗାଉଛନ୍ତି ପ୍ରଣତୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସେବା କରିବାର ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତୁଷାର୍ଥ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି।...

ପରଲୋକରେ ଅର୍ଥନୀତିଜ୍ଞ ବାସୁଦେବ ସାହୁ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବରିଷ୍ଠ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ବାସୁଦେବ ସାହୁଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ରବିବାର ରାତିରେ ଇହଧାମ ତ୍ୟାଗ...

ଶପଥ ନେଲେ ନୂଆ ବିଧାୟକ: କାମଚଳା ବାଚସ୍ପତି ଶପଥପାଠ କରାଇଲେ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ବୁଧବାର ଶପଥ ନେବା ପରେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

କଂଗ୍ରେସ ଭବନରେ ହଠାତ୍‌ ଉତ୍ସବ

ଭୁବନେଶ୍ୱର, ୨୪-୫(ବ୍ୟୁରୋ):ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ବୁଧବାର କଂଗ୍ରେସ ଭବନରେ ଯେଉଁ ଭିଡ଼ ଦେଖିବାକୁ ମିଳିଥିଲା ଗୁରୁବାର ତାହା ନ ଥିଲା। ସକାଳ...

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି

ପୁରୀ ଅଫିସ,୨୯ା୫: ବାତ୍ୟା ‘ଫନୀ’ ଯେ କେବଳ ମଣିଷଙ୍କୁ ବିପନ୍ନ କରିଦେଇଛି ତାହା ନୁହେଁ ବହୁ ଐତିହ୍ୟ, ଧାର୍ମିକ ଏବଂ ଦର୍ଶନୀୟସ୍ଥଳରେ ମଧ୍ୟ ତାଣ୍ଡବ ରଚିଛି।...

ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ

ଜଗତ୍‌ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ...

ଢେଙ୍କାନାଳ ଲୋକ ସଭା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ବିଧାନସଭା ଆସନରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଅନ୍ତିମ ପର୍ବ ଭୋଟଗଣତି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଇଭିଏମ୍‌ରୁ ସ୍ପଷ୍ଟ ହେବ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *