Posted inଜାତୀୟ

ପ୍ରତିନିଧିତ୍ୱ କରିବେ ୭୮ ମହିଳା

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍‌ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ୭୮ ମହିଳାଙ୍କୁ ମତଦାତା ନିର୍ବାଚିତ କରିଛନ୍ତି। ନିମ୍ନ ସଦନକୁ ଏତେ ସଂଖ୍ୟକ ମହିଳା ପୂର୍ବରୁ କେବେ ନିର୍ବାଚିତ ହୋଇ ନ ଥିଲେ।
ଲୋକ ସଭାରେ କିଛି ଦିନ ମଧ୍ୟରେ ଯେଉଁ ୫୪୨ ଏମ୍‌ପି ଶପଥଗ୍ରହଣ କରିବେ, ସେମାନଙ୍କ ମଧ୍ୟରୁ ୭୮ ହେଉଛନ୍ତି ମହିଳା। କେବଳ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୧୧ ଜଣ ଲେଖାଏ ମହିଳା ଏମ୍‌ପି ଲୋକ ସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମଇଦାନରେ ୭୨୪ ମହିଳା ପ୍ରାର୍ଥୀ ଥିଲେ। କଂଗ୍ରେସ ସର୍ବାଧିକ ୫୪ ମହିଳାଙ୍କୁ ଟିକେଟ ଦେଇଥିବାବେଳେ ଭାଜପା ୫୩ ଜଣଙ୍କୁ ପ୍ରାର୍ଥୀ କରିଥିଲା। ୧୭ତମ ଲୋକ ସଭାର ୧୪% ଏମ୍‌ପି ମହିଳା। ୧୯୫୨ ମସିହାରୁ ଅଦ୍ୟାବଧି ଏହା ଏକ ରେକର୍ଡ। ଷୋଡ଼ଶ ଲୋକ ସଭାରେ ୬୪ ଓ ପଞ୍ଚଦଶ ଲୋକ ସଭାରେ ୫୨ ମହିଳା ପ୍ରତିନିଧିତ୍ୱ କରୁଥିଲେ। ବର୍ତ୍ତମାନ ୪୧ ସିଟିଙ୍ଗ୍‌ ମହିଳା ଏମ୍‌ପିଙ୍କ ମଧ୍ୟରୁ ୨୭ ଜଣଙ୍କ ମଧ୍ୟରେ ଥିବା ସୋନିଆ ଗାନ୍ଧୀ, ହେମାମାଳିନୀ ଓ କିରନ୍‌ ଖେର ସେମାନଙ୍କ ଆସନରେ ଜିତିଛନ୍ତି। ଅନ୍ୟପକ୍ଷରେ ଭାଜପାର ପ୍ରଜ୍ଞା ସିଂ ଠାକୁର କଂଗ୍ରେସର ଦିଗ୍‌ବିଜୟ ସିଂଙ୍କଠାରୁ ଭୋପାଳ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଅମେଠି ଆସନ ଛଡ଼ାଇନେବାରେ ସକ୍ଷମ ହୋଇଛନ୍ତି। ଏଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅନ୍ୟ ପ୍ରମୁଖ ମହିଳାଙ୍କ ମଧ୍ୟରେ ଅଛନ୍ତି ଡିଏମ୍‌କେର କାନିମୋଝି(ଟୁଟିକୋରିନ୍‌) ଓ ଭାଜପାର ରୀତା ବହୁଗୁଣା ଜୋଷୀ (ଆଲ୍ଲାହାବାଦ)। ସେହିପରି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଲକେଟ ଚାଟାର୍ଜୀ ହୁଗୁଳି ଆସନରୁ ବିଜୟୀ ହୋଇଛନ୍ତି। ବିଏସ୍‌ପି ୨୪, ଟିଏମ୍‌ସି ୨୩, ସିପିଏମ୍‌ ୧୦, ସିପିଆଇ ୪, ଏନ୍‌ସିପି ଜଣେ ମହିଳାଙ୍କୁ ଟିକେଟ ଦେଇଥିଲା। ମଇଦାନରେ ୨୨୨ ମହିଳା ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ପ୍ରକାଶ ଯେ, ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ପ୍ରସ୍ତାବିତ ବିଲ୍‌ ପାର୍ଲାମେଣ୍ଟରେ ପଡ଼ିରହିଛି।


All Right Reserved By

ପୂର୍ବତନ ଫୁଟବଲରଙ୍କ ମରଶରୀରକୁ ନେବାକୁ ୨ ପତ୍ନୀଙ୍କ ମଧ୍ୟରେ ଲାଗିଲା ଝଗଡ଼ା

ନୂଆଦିଲ୍ଲୀ,୨।୫: ଭାରତର ପୂର୍ବତନ ଫୁଟବଲର ପି. କନ୍ନନଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ନେବାକୁ ତାଙ୍କ ପୂର୍ବତନ ପତ୍ନୀ ଓ ଏବେକାର ପତ୍ନୀଙ୍କ ମଧ୍ୟରେ ବିବାଦ...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

ଆଉ ୬ ମାସ ଭାଜପା ମଙ୍ଗ ସମ୍ଭାଳିବେ ଶାହ

ନୂଆଦିଲ୍ଲୀ,୧୩ା୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଭାଜପା ଅଧ୍ୟକ୍ଷ ପଦରେ ଆଉ ଅନ୍ତତଃ ୬ ମାସ ରହିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଦଳର...

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା...

ଭାଜପାକୁ ଫେରିଲେ ବିଜୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ...

ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୨୭ା୫(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଥିସହିତ...

୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଲାଗିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨।୬: ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଖୁବ୍‌ ଶୀଘ୍ର ବଡ଼ିସ୍କାନର ଲଗାଯିବାର ଯୋଜନା କରାଯାଇଛି। ୨୦୨୦ ସୁଦ୍ଧା ଦେଶର ୮୪ ବିମାନ...

ସୋନିଆ-ପ୍ରିୟଙ୍କାଙ୍କ ହେଲିକପ୍ଟରକୁ ଉଡାଇବାକୁ ମନାକଲେ ପାଇଲଟ

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ରାୟବରେଲି ପହଞ୍ଚିଥିଲେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *