Posted inଖେଳ

ଭାରତୀୟ ବିଶ୍ୱକପ୍‌ ଦଳକୁ ଶକ୍ତ ଧକ୍କା

ଲଣ୍ଡନ,୨୫।୫(ପିଟି)- ଆଇସିସି ବିଶ୍ୱକପ୍‌କୁ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ଧକ୍କା ଲାଗିଛି। ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି। ଶୁକ୍ରବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ସେ ଏକ ପୁଲ ଶଟ୍‌ ଲଗାଇବାକୁ ଉଦ୍ୟମ କରିଥିଲେ। ହେଲେ ବଲ ତାଙ୍କ ରିଷ୍ଟରେ ବାଜିଥିଲା। ଯନ୍ତ୍ରଣା ହେବାର ତୁରନ୍ତ ପରେ ସେ ଆଉ ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ। ଏହି ତାମିଲନାଡୁ ଖେଳାଳି ସମ୍ଭବତଃ ଭାରତୀୟ ଦଳର ୪ର୍ଥ କ୍ରମର ବ୍ୟାଟ୍ସମ୍ୟାନ। ଏଣୁ ତାଙ୍କ ଆହତ ସମସ୍ୟା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି। ଶଙ୍କରଙ୍କ ରିଷ୍ଟର ସ୍କାନ କରାଯାଇଛି। ମେଡିକାଲ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ଓଭାଲଠାରେ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଖେଳିବେ କି ନାହିଁ କୁହାଯାଇପାରିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। କେଦାର ଯାଦବଙ୍କ କାନ୍ଧ ସମସ୍ୟାକୁ ଟିମ୍‌ ମ୍ୟାନେଜମେଣ୍ଟ ନଜରରେ ରଖିଥିବାବେଳେ ଯଦି ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ହୋଇଥାଏ, ତେବେ କୋହଲିଙ୍କ ଚିନ୍ତା ନିଶ୍ଚିତ ବୃଦ୍ଧି ପାଇବ। ଯାଦବ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସେ ନେଟ୍ସରେ ବ୍ୟାଟିଂ କରିଥିଲେ।


All Right Reserved By

Posted inଖେଳ

ଆଇସିସି ବିଶ୍ୱକପ୍‌: ଅଭିଜ୍ଞ ମାଲିଙ୍ଗା ଶ୍ରୀଲଙ୍କାର ଆଶା ଭରସା

କଲମ୍ବୋ,୨୭।୫(ଏଏଫ୍‌ପି)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ୟତମ ବୟୋଜ୍ୟୋଷ୍ଠ ଖେଳାଳିଭାବେ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୟସ...

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ...

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ...

ଆଇସିସି ବିଶ୍ୱକପ୍‌ ଗୀତ ରିଲିଜ୍‌ ହେଲା

ଲଣ୍ଡନ, ୧୮ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ପୁରୁଷ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ଗୀତ ଶୁକ୍ରବାର ରିଲିଜ ହୋଇଛି। ଏହାର ଶୀର୍ଷକ ‘ଷ୍ଟାଣ୍ଡ ବାଏ’...

କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୪ା୬- ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଜୋହାନା କୋଣ୍ଟା ତାଙ୍କ ଅସାଧାରଣ ପ୍ରଦର୍ଶନ ଜାରି ରଖିଛନ୍ତି। ୧୯୮୩ ପରେ ସେ ପ୍ରଥମ ବ୍ରିଟିଶ...

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *