ବ୍ରାକ୍‌ଜିଟ ରାଜିନାମାକୁ ନେଇ ମୁଣ୍ଡ ନୁଅଁ।ଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳରୁ ଇସ୍ତଫା ଦେବେ ଥେରେସା

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ ୭ରେ ସେ ଦଳ ଓ ଦଳୀୟ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳିବା ପାଇଁ ନୂଆ ନେତାଙ୍କ ଚୟନ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି। ସେ ପ୍ରାୟ ୩ ବର୍ଷ ହେବ ବ୍ରିଟେନକୁ ୟୁରୋପୀୟ ସଂଘରୁ ଅଲଗା କରିବା ପାଇଁ ଉଦ୍ୟମ ଚାଇଥିଲେ। ଏଥିପାଇଁ ଅନେକ ଥର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଏଥିପାଇଁ ତାଙ୍କ ଦଳୀୟ ନେତା ତାଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ। ଦଳୀୟ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରି ସେ ବିଫଳ ହେବା ପରେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରାକଜିଟକୁ ନେଇ ବ୍ରିଟେନରେ ରାଜନୈତିକ ସଂକଟ ଘନାଇଥିଲା। ଏବେ ବି ଏଠାରେ ରାଜନୈତିକ ସଂକଟ ଜାରି ରହିଛି।


All Right Reserved By

ନିଜାମଙ୍କ ହୀରା ମୁଦି ୫୪ କୋଟି ଟଙ୍କାରେ ବିକ୍ରି

ନ୍ୟୁୟର୍କ, ୨୧।୬: ଆମେରିକା ନ୍ୟୁୟର୍କ ସହରରେ ଭାରତୀୟ ସମ୍ରାଟ ନିଜାମ ମୀର ଉସମାନ ଅଲ୍ଲୀ ଖାନ୍‌ଙ୍କ ଅଳଙ୍କାର ନିଲାମ କରାଯାଇଛି। ନିଜାମଙ୍କ ସ୍ବତନ୍ତ୍ର ହୀରା ମୁଦି...

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ...

ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ

ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍‌...

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ...

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି।...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମାଫୋସା

ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ...

ମେକ୍ସିକୋରେ ଘରୁ ନ ବାହାରିବାକୁ ଲୋକଙ୍କୁ ଚେତାବନୀ

ମେକ୍ସିକୋ ସିଟି,୧୫।୫: ମେକ୍ସିକୋରେ ପରିବେଶୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ...

ଲୋକ ସଭା ନିର୍ବାଚନ: ୩ ସପ୍ତାହରେ ଇସିଙ୍କ ଦ୍ୱାରା ୬୧୩ କୋଟିରୁ ଅଧିକ ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ପ୍ରାୟ ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ୬୧୩. ୧୭୬ କୋଟି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *