ଆସନ୍ତା ୨୭ରେ ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଆସନ୍ତା ୨୭ରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ନେଇ ସୂଚନା ମିଳିଛି। ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ସରକାରୀ ଭାବେ ଏ ନେଇ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମନ୍ତ୍ରିମଣ୍ଡଳ ଶପଥ ନେଇ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇପାରେ।

ପଞ୍ଚମ ଥର ଲାଗି ବିଜେଡି ପୁଣି କ୍ଷମତାକୁ ଫେରିଛି। ୨୩ ତାରିଖରେ ଭୋଟ ଗଣତି ହୋଇଥିଲେ ମଧ୍ୟ ଏଯାବତ୍‌ ଚୂଡ଼ାନ୍ତ ଘୋଷଣା ହୋଇପାରିନାହିଁ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ସମସ୍ତ ୨୧ଟି ଲୋକ ସଭା ଓ ୧୪୬ ବିଧାନସଭା ଆସନର ସମ୍ପୂର୍ଣ୍ଣ ଫଳାଫଳ ମିଳିବ। ଫଳାଫଳ ହସ୍ତଗତ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଏହା ପରେ ସଂଖ୍ୟାଗରିଷ୍ଠ ଲାଭ କରିଥିବା ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଜଣାଇବେ।

ମିଳିଥିବା ସୂଚନା ଅନଯାୟୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି। ଇସ୍ତଫା ସମ୍ପର୍କରେ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।


All Right Reserved By

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ...

ଢେଙ୍କାନାଳରେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ: ୪ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ ଭୁଶୁଡ଼ି ପଡ଼ିବାରୁ ରବିବାର ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ...

ଜଳୁଛି କଳାହାଣ୍ଡି : ୪୪.୫ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): ସାରା ରାଜ୍ୟ ପ୍ରବଳ ଗ୍ରୀଷ୍ମତାପରେ ଜଳୁଥିବାବେଳେ ଭବାନୀପାଟଣାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା...

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ଦିନ ...

ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ...

ବିକାଶ ଓ ସୁରକ୍ଷାର ରାସ୍ତା ସୁଦୃଢ଼ କରିବ ଭାଜପା’

ସାଲେପୁର,୨୧।୪ (ଡି.ଏନ୍‌.ଏ.): କଟକ ଜିଲା ସାଲେପୁରସ୍ଥିତ ଭାତପଡ଼ା ଖେଳପଡ଼ିଆରେ ଶନିବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବାସ...

ତାଳଚେରରେ ବ୍ରଜକିଶୋର ୩୭୫୨ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୩୭୫୨ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *