Posted inଖେଳ

ହରମନପ୍ରୀତ୍‌ ଆନ୍ତର୍ଜାତିକ କ୍ରିକେଟରୁ ବ୍ରେକ୍‌ ନେବାକୁ ଚାହୁଁଥିଲେ

ନୂଆଦିଲ୍ଲୀ,୨୪।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ ଟି୨୦ ବିବାଦ ପରେ ଆନ୍ତର୍ଜାତିକ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରେକ୍‌ ବା ବିଶ୍ରାମ ନେବାକୁ ଚାହୁଁଥିଲେ ବୋଲି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସିନିୟର ଖେଳାଳି ମିଥାଲି ରାଜଙ୍କୁ ବାଦ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ହରମନପ୍ରୀତ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ସେମିଫାଇନାଲରେ ଭାରତ ପରାସ୍ତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଭାରତୀୟ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଶେଷରେ କୋଚ୍‌ ରମେଶ ପାଓ୍ବାରଙ୍କୁ ପଦରୁ ବହିଷ୍କୃତ ହେବାକୁ ପଡିଥିଲା। ଦିନିକିଆ ଅଧିନାୟକ ମିଥାଲିଙ୍କ ସହ ହରମନପ୍ରୀତଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସେତେଟା ଭଲ ହୋଇପାରି ନ ଥିଲା। ଆଘାତ ସମସ୍ୟାରୁ ମଧ୍ୟ ହରମନପ୍ରୀତ କ୍ରିକେଟରୁ ବେଶ୍‌ କିଛିଦିନ ଦୂରେଇ ରହିଥିଲେ। ଟି୨୦ ବିଶ୍ୱକପ୍‌ର ପରାଜୟ ପରେ ଅବଶ୍ୟ ନିରାଶ ହୋଇଥିଲେ। ତେବେ ବିବାଦ ମୋତେ ଅଧିକ କଷ୍ଟ ଦେଇଥିଲା ବୋଲି ହରମନପ୍ରୀତ କହିଛନ୍ତି। ଉଲ୍ଲେଖଥାଉ କି, ୩୦ ବର୍ଷୀୟା ମହିଳା ଅଲରାଉଣ୍ଡର ହରମନପ୍ରୀତ ୨ଟି ଟେଷ୍ଟ, ୯୩ଟି ଦିନିକିଆ ଓ ୯୬ଟି ଟି୨୦ ମ୍ୟାଚ୍‌ ଖେଳି ବେଶ୍‌ ସଫଳତା ହାସଲ କରିଛନ୍ତି।


All Right Reserved By

Posted inଖେଳ

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା...

ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି ଦଳ

ଜିନଚେଓନ(କୋରିଆ),୨୨।୫- ପ୍ରଥମାର୍ଦ୍ଧ ସୁଦ୍ଧା ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୨-୧ ବ୍ୟବଧାନରେ ଆୟୋଜକ ରିପବ୍ଲିକ କୋରିଆକୁ ହରାଇ ଦେଇଛି। ଏଥିସହ...

‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’

ଶ୍ରୀନଗର, ୧୯।୬: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ପରାସ୍ତ ହେବା ପରେ ପାକିସ୍ତାନ କ୍ରିକେଟରଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି।...

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ...

୧୩୬ରେ ଅଲଆଉଟ୍‌ ଶ୍ରୀଲଙ୍କା

କାର୍ଡିଫ,୧।୬- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା...

ଓ୍ବାର୍ମଅପ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ

ସାଉଥମ୍ପଟନ୍‌, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌...

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ...

ହାଲେପ୍‌ଙ୍କୁ ହରାଇଲେ ଆନିସିମୋଭା

ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ମହିଳା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *