ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶାକରାଯାଉଛି। ତେଣୁ ସେହି ଦୃଷ୍ଟିରେ ଦେଖିଲେ ୨୦୨୦ ଜୁନ୍‌ ସୁଦ୍ଧା ସେନ୍‌ସେକ୍ସ ୪୫ ହଜାର ପଏଣ୍ଟ ଛୁଇଁବ ବୋଲି ଆଶାକରାଯାଉଛି ବୋଲି ମୋର୍ଗାନ ଷ୍ଟାନ୍‌ଲି ଏହାର ରିପୋର୍ଟରେ ଦର୍ଶାଇଛି। ଏଥିରେ କୁହାଯାଇଛି ଯେ, ସରକାରଙ୍କ ଅଭିବୃଦ୍ଧି ଧାରା ଉପରେ ଏବେ ବଜାରର ଦୃଷ୍ଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଆର୍ଥିକ ନୀତିକୁ ଗ୍ରହଣ କରି ସେହି ଅନୁସାରେ ମୁଦ୍ରାନୀତି ଆପଣାଇବ ବୋଲି ଆଶାକରାଯାଉଛି। ପ୍ରଶାସନିକ ସ୍ତରରେ ଧାରାବାହିକତା ବଜାୟ ରହିବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର, ଆମେରିକା ଫେଡ଼େରାଲ ରିଜର୍ଭର ମୁଦ୍ରାନୀତି, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଷ୍ଟକ୍‌ ବଜାରର ଦିଗ ନିର୍ଣ୍ଣୟ କରିବ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।


All Right Reserved By

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

ଆଜିଠାରୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୨୦-୫: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥେଷ୍ଟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦେଶରେ ପେଟ୍ରୋଲ...

ଜିଡିପି ୫.୮%କୁ ଖସିଲା

ନୂଆଦିଲ୍ଲୀ,୧-୬: ମୋଦି ସରକାର ଶପଥଗ୍ରହଣର ଦ୍ୱିତୀୟ ଦିନରେ ଅର୍ଥନୀତି ଦୃଷ୍ଟିରୁ ଖରାପ ଖବର ଆସିଛି। ଆର୍ଥିକ ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୈମାସରେ ଦେଶର ଆର୍ଥିକ ବିକାଶ(ଜିଡ଼ିପି)...

ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ...

ସୁବ୍ରମଣ୍ୟନ୍‌ଙ୍କ ଅଭିଯୋଗକୁ ଇଏସିଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୦।୬:  ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା କମିଟି(ଇଏସି-ପିଏମ୍‌) ବୁଧବାର ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା(ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଜିଡିପି ଡାଟାକୁ ନେଇ ଉଠାଇଥିବା ବିବାଦକୁ ଖଣ୍ଡନ କରିଛନ୍ତି।...

ନରେଶ ଗୋୟଲଙ୍କୁ ଆଇଟି ସମନ

ନୂଆଦିଲ୍ଲୀ,୧୬-୬: ଜେଟ୍‌ ଏୟାରଓ୍ବେଜ୍‌ର ପ୍ରମୋଟର ନରେଶ ଗୋୟଲଙ୍କ କଥିତ ଟିକସ ଫାଙ୍କି ମାମଲାରେ ଜେରା ପାଇଁ ଆୟକର(ଆଇଟି) ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। କମ୍ପାନୀ...

ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି...

ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *