Posted inଖେଳ

ମହିଳା ପର୍ବତାରୋହୀ କଳ୍ପନା ଦାଶ ମୃତ

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ସାରା ଭାରତରେ ନିର୍ବାଚନୀ ଉଷ୍ମତା ଛାଇ ରହିଥିବାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଦୁଃଖଦ ଖବର। ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କର ଗୁରୁବାର ପରଲୋକ ଘଟିଛି। ୪୯ ବର୍ଷୀୟା ମହିଳା ପର୍ବତାରୋହୀ କଳ୍ପନା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶିଖରରୁ ଅବତରଣ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଥିଲେ ଓ ଏଭରେଷ୍ଟ ବାଲକୋନି ଏରିଆରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କଳ୍ପନା, ନେପାଳର କାଞ୍ଚି ମାୟା ତମାଙ୍ଗ ଓ ଚାଇନାର ଲିୟାମୁ ମା ଗୁରୁବାର ମଧ୍ୟାହ୍ନ ୧୨ଟା ୫୫ରେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ତେବେ ସେଠାରୁ ଅବତରଣ କରିବା ବେଳେ ଏହି ଅଘଟଣ ଘଟିଛି ବୋଲି ସେଠାକାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ କହିଛନ୍ତି। କଳ୍ପନା ୩ଜଣିଆ ମହିଳା ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ଡ୍ରିମର୍ସ ଡେଷ୍ଟିନେଶନ ଟ୍ରେକ୍ସ ଏହି ଏକ୍ସପେଡିସନକୁ ମ୍ୟାନେଜ କରୁଥିଲା।
ଓଡ଼ିଶାର ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା କଳ୍ପନା ଏଭରେଷ୍ଟ ସମେତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ୨୦୦୮ରେ କଳ୍ପନା ନେପାଳ ବାଟ ଦେଇ ସଫଳତାର ସହ ଏଭରେଷ୍ଟ ଚଢ଼ି ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ସେ ଭାରତୀୟ ଅଭିଯାନ ଦଳ ନେତୃତ୍ୱ ନେଇଥିଲେ। ଚଳିତ ସ୍ପ୍ରିଙ୍ଗ୍‌ କ୍ଲାଇମ୍ବିଂ ସେସନରେ ୮,୦୦୦ ମିଟର ଉଚ୍ଚରେ କଳ୍ପନାଙ୍କ ସମେତ ଏପର୍ଯ୍ୟନ୍ତ ୧୪ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ମୁମ୍ବାଇର ୫୪ ବର୍ଷୀୟା ଅଞ୍ଜଳି ଏସ୍‌ କୁଲକର୍ଣ୍ଣୀ ମଧ୍ୟ ଏଭରେଷ୍ଟ ଶିଖରରୁ ଅବତରଣ କରିବାବେଳେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ। ଏଭରେଷ୍ଟରେ ୫ଜଣ, କାଞ୍ଚନଜଙ୍ଗା ଓ ମାକାଲୁ ଶୃଙ୍ଗରେ ୩ଜଣ ଲେଖାଏ, ଲୋସେ, ଅନପୂର୍ଣ୍ଣା ଓ ଚୋ ଓୟୁ ଶୃଙ୍ଗରେ ଜଣେ ଲେଖାଏ ପର୍ବତାରୋହୀ ମୃତ୍ୟୁ ବରଣ କରିଛନ୍ତି।


All Right Reserved By

Posted inଖେଳ

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ...

ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଖେଳିଲେ କୋହଲି

ସାଉଥାମ୍ପଟନ,୨୧।୬- ସ୍ଥାନୀୟ ସ୍ପ୍ରିଙ୍ଗହିଲ ସ୍କୁଲର ୩୦ ଛାତ୍ରୀଛାତ୍ରଙ୍କ ଲାଗି ଗୁରୁବାର ଥିଲା ସ୍ବତନ୍ତ୍ର ଦିନ। କାରଣ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ନଂ ୧...

ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହେଲେ ଗେଲ୍‌

ଲଣ୍ଡନ,୭।୬- ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ରେଣ୍ଟ ବ୍ରିଜ୍‌ଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହୋଇଛନ୍ତି।...

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ...

ହାଲେପ୍‌ଙ୍କୁ ହରାଇଲେ ଆନିସିମୋଭା

ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ମହିଳା...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ...

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *